• ଆମ ଖବର

ଓବିସିସି ପକ୍ଷରୁ ବାରିପଦା ସ୍ଥିତ ଶ୍ରୀ ହରି ବଳଦେଜୀଉ ମନ୍ଦିର ପ୍ରକଳ୍ପର ଯାଞ୍ଚ

ଚଳିତ ଜୁନ ମାସ ୧୧ ତାରିଖରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ OBCCOdisha ର ବରିଷ୍ଠ ପ୍ରକଳ୍ପ ପରିଚାଳକ ଇଂ ବିରଞ୍ଚି ପଣ୍ଡା ଏବଂ ସି.ଏମ.ଏମ.ଏ. ର ପ୍ରତିନିଧି ତଥା OBCC ର ଅନ୍ୟାନ୍ୟ ଅଧିକାରୀଗଣ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସ୍ଥିତ ଶ୍ରୀ ହରି ବଳଦେଜୀଉ ମନ୍ଦିର ପ୍ରକଳ୍ପର ଯାଞ୍ଚ କରିଥିଲେ ।ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଏକ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ଦଳ ଡ୍ରେନେଜ୍ ଲେଆଉଟ୍, ନିର୍ମାଣ ସ୍ଥଳୀ ଆଲୋକୀକରଣ ପାଇଁ କେବୁଲ୍ ବିଛାଇବା ଇତ୍ୟାଦି ବିଷୟରେ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ ।



ଏହା ଛଡା ଏହି ଦଳ ଉପ ଜିଲ୍ଲାପାଳଙ୍କ ସହିତ ଦେଖା କରି ଖୋଣ୍ଡାଲାଇଟ୍‌ ଫ୍ଲୋରିଂ କୁ ନେଇ ଦେଖା ଯାଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

2 views0 comments