• ଆମ ଖବର

ଅଣ୍ଡା ମାଡ଼ରେ ଘାଇଲା ରାଜ୍ୟର ମୌଳିକ ସମସ୍ୟା

ବିଗତ ଦୁଇ ବର୍ଷରୁ ଶୋଇଥିବା ବିରୋଧୀ ଦଳ ମାନଙ୍କ, ନିଦ ଭାଙ୍ଗିଛି ପଞ୍ଚାୟତ ନିର୍ବାଚନ । ରାଜ୍ୟରେ ନିଜକୁ ପ୍ରାସଙ୍ଗିକ ଦେଖେଇବାକୁ ଚେଷ୍ଟା କରି କଂଗ୍ରେସ ଯେତେବେଳେ ଅଣ୍ଡା ମାଡ଼ର ସାହାଯ୍ୟ ନେଇଛି, ତାଙ୍କ ସହ ପ୍ରତିଯୋଗିତା କରି ବିଜେପି ଆରମ୍ଭ କରିଛି ଅଣ୍ଡା ମାଡ଼ ,କେଉଁଠି ଗୋବର ପାଣି ଛିଞ୍ଚା । ଯେମିତି ସର୍କସ ରେ ରିଙ୍ଗମାଷ୍ଟର ଯାହା କହିବ ଅନ୍ୟ ମାନେ ସେହି କ୍ରୀଡା ଦେଖାନ୍ତି ଠିକ ସେପରି ଓଡ଼ିଶାର ରାଜନୀତି ର ରିଙ୍ଗ ମାଷ୍ଟର ସାଜିଛି ବିଜେଡି , ଅଣ୍ଡା ମାଡ଼ରେ ବିରୋଧୀଙ୍କୁ ଛନ୍ଦି ଦେଇ ଗାଁ ଗାଁ ରେ ସ୍ମାର୍ଟ କାର୍ଡ ବାଣ୍ଟିବା ଚଳେଇଛନ୍ତି । ଏହି ସବୁ ଭିତରେ ଯଦି ଘାଇଲା ଯଦି ସବୁଠାରୁ ଅଧିକା ଘାଇଲା କିଏ ହୋଇଛନ୍ତି ସେମାନେ ହେଲେ ଓଡ଼ିଶାର ସାଧାରଣ ଜନତାଙ୍କ ମୌଳିକ ସମସ୍ୟା । ଛୋଟିଆ ଉଦାହରଣ ହେଲା ବିଗତ ଦିନରେ ଅଦିନିଆ ବର୍ଷା ଯୋଗୁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଛି , ତାଙ୍କୁ କ୍ଷତିପୂରଣ ଦେବା ପାଇଁ କଣ କେହି ଦାବି କରିଥିଲେ | ରାଜ୍ୟରେ ଥିବା ଚାଷୀଙ୍କ ଆୟ ସାରା ଦେଶରେ ସବୁଠୁ କମ , ହେଲେ କଣ ଏହି ପ୍ରସଙ୍ଗ ନେଇ କେହି ଚର୍ଚ୍ଚା କରିଥିଲେ । ରାଜ୍ୟରେ ସାଧାରଣ ଜନତାଙ୍କ ଅନେକ ସମସ୍ୟା ରହିଛି ହେଲେ ଯେତେବେଳେ ରାଜ୍ୟର ବିରୋଧୀ ଦଳ ମାନେ ବେହେରା ହୋଇଯାଇଥିବେ ତାହେଲେ ରାଜ୍ୟ ସରକାରଙ୍କୁ ଚେ

6 views0 comments