• ଆମ ଖବର

କଣ ଓଡିଶା ରେ ସରକାରୀ ଶିକ୍ଷା ବ୍ୟବସ୍ଥା ବଦଳିଯାଇଛି?

୨୨ ବର୍ଷ ପରେ ଓଡ଼ିଶାରେ ବୋଧେ ଶିକ୍ଷା କୁ ନେଇ ଏଡ଼େ ବଡ଼ ବିଜ୍ଞାପନ ବୋଧେ ଆସିଥିଲା । ତା ପଢି ଆମ ରାମ ବାବୁ ଭାରି ଖୁସି ହୋଇ ଚର୍ଚ୍ଚା କରୁଥିଲେ । ଶିକ୍ଷା ଉପରେ ଏପରି ଆଲୋଚନା ଚାଲୁଥିବାରୁ ଟିକେ ସମୟ ଖଟି ରେ ବସି ଗଲି । ରାମ ବାବୁ କହି ସାରିଲା ପରେ ତାଙ୍କୁ ପଚାରିଲି ଦୀପାବଳି ରେ ଯେଉଁ ସବୁ ଚାକଚକୟ ଜିନ୍ସ ଆଣିଥିଲେ ସେ ସବୁ ଅଛି ନା ଖଟ ଭିତରେ ରଖା ସରିଲାଣି । ରାମ ବାବୁ ହସିଦେଲେ କହିଲେ ଦୀପାବଳୀ ତ ଗଲା ଆଉ ସେମାନଙ୍କ କାମ କଣ ,ଓଲଟା ସାଇତି ରଖିଲେ ଆର ବର୍ଷ କାମ ଦେବ । ମୁଁ ତାଙ୍କୁ ପଚାରିଲି ଆଗକୁ ବିଜୁ ଜନତା ଦଳର ବଡ଼ ପରୀକ୍ଷା କିଛି ଆସୁଛି କି । ରାମ ବାବୁ ଚା କପ ଟି ରଖି କହିଲେ କଣ କହିବାକୁ ଚାହୁଁଛ କହୁନ । ଆଉ ତିନି ମାସ ପରେ ପଞ୍ଚାୟତ ନିର୍ବାଚନ ଆସୁଛି , ତା ଆଗରୁ ସରକାରୀ ସ୍କୁଲ କିଛି ଟା ସୁନ୍ଦର କରିଦେଲେ ତା ପ୍ରଚାର କରି ,ଓଡିଶା ରେ ବନ୍ଦ ହୋଇଥିବା ୧୪୦୦୦ ସ୍କୁଲ ପାଇଁ ଯଉ ଅସନ୍ତୋଷ ଅଛି ଲୋକଙ୍କ ତାହା ଲୁଚେଇବାର ଗୋଟେ ଚେଷ୍ଟା । କଣ କେବଳ ଭଲ ଚକଚକିଆ ସ୍କୁଲ କରିଦେଲେ ଶିକ୍ଷାର ମାନ ଦଣ୍ଡ ବଢିଯିବ । ରାମ ବାବୁ ଆଉ ସହି ନ ପାରି ମତେ ଅଟକେଇ ଦେଲେ ତାହେଲେ ତମେ କହିଲ କେମିତି ବଦଳିବ ଶିକ୍ଷା ବ୍ୟବସ୍ଥା । ମୁଁ ଚା କପ ଟି କୁ ଦୋକାନୀ କୁ ଫେରାଇ ରାମ ବାବୁଙ୍କୁ ଦିଲ୍ଲୀ ସରକାରୀ ସ୍କୁଲ ଆଉ ପିଲାଙ୍କ ପରୀକ୍ଷା ଫଳ ଦେଖାଇଲି, ସେ ଆଶ୍ଚର୍ଯ୍ୟ ହୋଇକହିଲେ କଣ ଅଲଗା ହୋଇଛି କି ସେଠି ।


ସ୍କୁଲ ପରିସର କୁ ବିଶ୍ୱସ୍ତରୀୟ କରିବା ସାଙ୍ଗରେ ,ଦିଲ୍ଲୀରେ ଶିକ୍ଷକ ମାନଙ୍କୁ ଭଲ ଭଲ ଅନୁଷ୍ଠାନ ଓ ବିଦେଶରେ ଟ୍ରେନିଂ ଦିଆ ହୋଇଛି । ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମ ଆଣି ପିଲାଙ୍କ ଆତ୍ମବିଶ୍ୱାସ ଵୃଦ୍ଧି କରାଯାଇଛି । ଏହା ସବୁ ଜାଣି ରାମ ବାବୁ ଧନ୍ୟବାଦ ଦେଲେ , ଯିବା ପୂର୍ବରୁ ତାଙ୍କୁ କହିଲି ଦିଲ୍ଲୀ ଶିକ୍ଷା କ୍ରାନ୍ତି ଦୀପାବଳି ପୂର୍ବ ଚାକଚକ୍ୟ ନୁହେଁ ବରଂ ଦିଲ୍ଲୀ ରେ ରହୁଥିବା ଲୋକଙ୍କ ପାଇଁ ସେହା ହୋଉଛି ଆଶାର ଦୀପ, କି ହିଁ ସରକାରୀ ଶିକ୍ଷା ବ୍ୟବସ୍ଥା ବଦଳିପାରିବ।

16 views0 comments