• ଆମ ଖବର

ବାପ ପୁଅଙ୍କ ଗପ -୧

ବାପା ପୁଅ ଙ୍କ ରୁଟି ସନ୍ତୁଲା ଗପ

ବାପା: ଆରେ ଆଜି କେତେ ପହଁଚିଲା କୋଭିଡ଼ି ଆମର

ପୁଅ : କୁହନି ବାପା ଚାରି ଲକ୍ଷ ଟପିଲା ,ଆଜି ତ ଫୁଣି ଜଣେ ପ୍ରସିଦ୍ଧ ଟିଭି ଆଙ୍କର ରୋହିତ ଓ ବନ୍ଧୁକ ଚାଳକ ତାଇ ଙ୍କ ଜୀବନ ମଧ୍ୟ ଗଲା।

ବାପା : ସନ୍ତୁଳା ଟା ଆଉ ତଣ୍ଟି ରୁ ଗଲୁନି ତୁ ଆଉ ଏମିତି ଖବର ଦେନି କିଛି ଭଲ କଥା କହୁନୁ

ପୁଅ: ଭଲ ଖବର ବାପା ଆଜିକା ସମୟରେ ଖୋଜିଲେ ମିଳୁନି , ଆଜି ଓଡିଶା ପୋଲିସ ପାଇଁ କିଛି ଜଣକ ଦିନ ଟିକେ ଭଲ ଯାଇଥିବ ।

ବାପା- କାହିଁ କଣ ଏମିତି ହେଲା କି

ପୁଅ- ଆରେ ବାପା ତମେ ତ ଖାଲି ନିଜ କାମ ରେ ବ୍ୟସ୍ତ ରହିବ ଟିଭି ଦେଖିଲେ ସିନା ଜାଣିଥାନ୍ତ ଆଜି ରାଜଧାନୀ ଭୁବନେଶ୍ବର ରୁ ଚୋରି କରୁଥିବା ବୋଲେରୋ ଗ୍ୟାଙ୍ଗ ଧରା ପଡିଲେ ଗାଡିକୁ ସାଲାଡ଼ ଭଳିଆ କାଟି କବାଡି ଵାଲା କୁ

କଲିକତା ରେ ବିକୁଥିଲେ।

ମାଁ ଭିତରୁ ରଡି କରି, ତମ ବାପ ପୁଅଙ୍କ ଗପ ସରିଲା ଯଦି ତମ ଗେଲ୍ହା ପୁଅ ତମେ ଟିକେ ପଚାର କୋଭିଡ୍ ଟୀକା ପାଇଁ କରିଛି କି ନାହିଁ ପଞ୍ଜିକରଣ ।

ପୁଅ- ଆରେ ବୋଉ ମୁଁ କରିଦେଇଛି କୋଭ୍ୟାକ୍ସିନ ଆସିଛି ଓଡିଶା ସୋମବାର ରେ ଖାଲି ଆମ ରାଜଧାନୀ ରେ ହେବ ଟିକାକରଣ , ମୁଁ ଅନଲାଇନ ନାଁ ଲେଖାଇ ଦେଇଛି ।

ବାପା- ଆରେ ବୁଲୁ ର ବୋଉ ତମ କଥା ପଡି ଯଦି ଦିଲ୍ଲୀରେ ଚାକିରୀ କରିଥାନ୍ତି ଏଇ କୋଭିଡ୍ ବେଳେ ଅକ୍ସିଜେନ ମିଳିନଥାନ୍ତା।

ପୁଅ- ବୋଉ କୁ ତମେ କଣ ଦୋଷ ଦେଉଛ , ଟିଭି ଦେଖ ସୁପ୍ରିମକୋର୍ଟ , ଦିଲ୍ଲୀ ହି କୋର୍ଟ ଦି ଜଣ କେନ୍ଦ୍ର ସରକାର କୁ ଦେଇଛନ୍ତି ଗାଳି, ଦିଲ୍ଲୀକୁ ଯେତିକି ଦେବା କଥା ଅକ୍ସିଜେନ ସେତିକି ମିଳୁନି

ବାପା- ବୁଲୁ ର ବୋଉ ଦେଖେ ତୋ ପୁଅ କେତେ ଭଲ ସେ ଶଙ୍କର ପୁଅ ଭଳିଆ କ୍ରିକେଟ ନ ଦେଖି ଟିଭି ରେ ଖବର ଦେଖୁଛି ।

ବୋଉ- ତମ ଭଳିଆ ସରଳ ଲୋକ ମୁଁ ଦେଖିନି , ତମ ପୁଅ କ୍ରିକେଟ ରେ ବ୍ରେକ ଦେଲେ ଖବର ଚ୍ୟାନେଲ ଲଗେଇ ଦିଏ।

ବାପା- ଛୁଆ ଲୋକ ଆଉ କଣ କରିବ ,

ବୋଉ- ତମେ ତମ ଗପସପ ସାର ତମେ ଉଠିଲେ ଫୁଣି ମୁଁ ଖାଇବି ।

ବାପା- ବୁଲୁ ଚାଲେ ଆମେ ଉଠିଯିବ ନହେଲେ ବୋଉ ଆଉରି କେଁ କେଁ ହେବ।

ଭିତରୁ ବାସନ ପଡିବା ଶବ୍ଦ ଆସିଲାଣି ଆଜି ପାଇଁ ଏତିକି ଖବର ଦେଖିବା କାଲି କଣ ଖବର ରୋଷେଇ ହେଉଛି ଭାରତରେ ଓ ଘରେ କେଉଁ ବ୍ୟଞ୍ଜନ ।


8 views0 comments