• ଆମ ଖବର

କଣ ଅରବିନ୍ଦ କେଜରିୱାଲ "ଦି କାଶ୍ମୀର ଫାଇଲ" ଚଳଚିତ୍ର ଉପରେ ପରିହାସ କରିଥିଲେ ?

କିଛି ଦିନ ଆଗରୁ ଦିଲ୍ଲୀ ବିଧାନସଭା ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସାରା ଦେଶର ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ଦିଲ୍ଲୀରେ ବିରୋଧୀ ଦଳ ରେ ଥିବା ବିଜେପି କହିଥିଲା ଅରବିନ୍ଦ କେଜରିୱାଲ ଚଳଚିତ୍ର କୁ ମିଛ କହିଥିଲେ ଓ ତାଙ୍କ ପଛରେ ବସି ଥିବା ବିଧାୟକ ମାନେ ରାକ୍ଷସ ଭାବେ ହସୁଥିଲେ । ଯେତେବେଳେ ଆମେ ପୁରା ୨୦ ମିନିଟ ଭିଡିଓ କୁ ଦେଖି ଥିଲୁ , ସେଥିରେ ଅରବିନ୍ଦ କେଜରିୱାଲ କାଶ୍ମୀର ପଣ୍ଡିତ ଙ୍କ ଉପରେ ହୋଇଥିବା ଘଟଣା କୁ ମିଛ କହି ନଥିଲେ । ଦେଖନ୍ତୁ ଆଗେ କାହିଁ ତାଙ୍କ ବିଧାୟକ ମାନେ ହସୁଥିଲେ -

ଠିକ ସେହିପରି ଅରବିନ୍ଦ କେଜରିୱାଲ ବିଜେପି ଉପରେ କହିଲା ବେଳେ କିଛି ମୁହୂର୍ତ୍ତ ରେ ହସୁଥିବା ଦେଖା ଯାଇଛନ୍ତି କିନ୍ତୁ କାଶ୍ମୀର କଥା ଉପରେ ସେ କେଉଁଠାରେ ହସି ନାହାନ୍ତି । ଆଉ ଗୋଟେ ଆରୋପ- ଅରବିନ୍ଦ କେଜରିୱାଲ କେବଳ ତାଙ୍କ ବିଚାରଧାରା ଅଭିନେତା/ଅଭିନେତ୍ରୀ ଙ୍କ ଚଳଚିତ୍ର ଟିକସ ଛାଡିଛନ୍ତି | ସତ୍ୟ - ମହିଳାଙ୍କ ଉପରେ ତେଜାବ ଫିଙ୍ଗିବା ଘଟଣାକୁ ନେଇ ତିଆରି ହୋଇଥିବା ଛପାକ୍ ଫିଲ୍ମ ହେଉ, ପିକେ ଭଳି ଅନ୍ଧବିଶ୍ୱାସ ବିରୋଧୀ ଫିଲ୍ମ ହେଉ କିମ୍ବା 1983 ଭଳି ବିଶ୍ବକପ୍ ବିଜୟ ଗଉରବ ଉପରେ ଆଧାରିତ ଫିଲ୍ମ ହେଉ ସେସବୁକୁ ସେ ଦିଲ୍ଲୀରେ ଟିକସ ଫ୍ରି କରିଛନ୍ତି । କାଶ୍ମୀର ଫାଇଲ ପରି ଚଳଚିତ୍ର କୁ ୟୁ ଟ୍ୟୁବ ରେ ଦେଲେ ଆହୁରି ବହୁତ ଲୋକ ଦେଖି ପାରିବେ ବୋଲି କେଜରିୱାଲ କହିଥିଲେ ।


101 views0 comments