• ଆମ ଖବର

କଣ ସତରେ ଶ୍ରୀଲଙ୍କା "ଫ୍ରି ବି" ପାଇଁ ଏହି ଆର୍ଥିକ ସ୍ଥିତି ରେ ଅଛି?

1. ଶ୍ରୀଲଙ୍କା ଅର୍ଥନୀତିର ଏକ ପ୍ରମୁଖ ଅଂଶ ହେଉଛି ପର୍ଯ୍ୟଟନl କୋଭିଡ 19 ହେତୁ ଏଥିରେ ଅତ୍ୟଧିକ କ୍ଷତି ହେଲା l ଏହା ଦେଶର ଜିଡିପିର ପ୍ରାୟ 10% ଥିଲା l

2. ବିଦେଶୀ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ଦେଶର ସାମ୍ପ୍ରଦାୟିକ ଅସ୍ଥିରତା ଏବଂ ଅତ୍ୟଧିକ ଲୋନ ହେତୁ ନିଜ ନିଜ ପୁଞ୍ଜି ପ୍ରତ୍ୟାହାର କରିନେଲେ l ଏଫଡିଆଇ ପରିମାଣ 2018ରେ 1.6 ବିଲିୟନ ଥିବାବେଳେ 2019ରେ 793 ମିଲିୟନ ଏବଂ 2020ରେ ମାତ୍ର 548 ମିଲିୟନ ଡଲାରକୁ ଖସି ଆସିଲା l

3. ଶ୍ରୀଲଙ୍କାର ଆମଦାନୀ ରପ୍ତାନି ଠାରୁ ଢେର ଅଧିକ l ଯେଉଁ ଆମଦାନୀ ହେଉଛି ତାହା ଅତି ଆବଶ୍ୟକ ଦୈନଦିନ ପଦାର୍ଥ l ଯେପରିକି ପେଟ୍ରୋଲ, ଡ଼ିଜେଲ, ଖାଦ୍ୟପଦାର୍ଥ, ଚିନି, କାଗଜ, ଔଷଧ ଇତ୍ୟାଦି l ଏଥିପାଇଁ ବୈଦେଶିକ ମୁଦ୍ରା ଦରକାର l ତେଣୁ ବୈଦେଶକ ମୁଦ୍ରାର ଅଭାବ ସିଧାସଳଖ ଦେଶରେ ଦରଦାମ ବଢ଼େଇଦେଲା l

4. ଶ୍ରୀଲଙ୍କାର ରାଷ୍ଟ୍ରପତି 2021ରେ ଏକ ଅଦ୍ଭୁତ ନିଷ୍ପତ୍ତି ନେଲେ l ଗୋଟିଏ ଦିନରେ ସମସ୍ତ ରାସାୟନିକ ସାରକୁ ବନ୍ଦ କରି ଜୈବିକ କୃଷି କରିବା ପାଇଁ ନିର୍ଦେଶ ଦେଲେ l ଏହା କୃଷି କ୍ଷେତ୍ର, ଖାଦ୍ୟ ଉତ୍ପାଦନ ଏବଂ ଅର୍ଥନୀତି ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇଲା l

5. ସବୁଠାରୁ ବଡ କାରଣ ହେଉଛି ବ୍ୟାପକ ଲୋନ l ଶ୍ରୀଲଙ୍କା ସରକାର ଚୀନକୁ ଅନୁସରଣ କରିବାକୁ ଯାଇ ଉଚ୍ଚ ଦରରେ ଲୋନ ଆଣି ଭିତିଭୂମିର ବିକାଶ କରିବାକୁ ଚିନ୍ତା କଲେ l ମାତ୍ର ଏଥିରେ ଦୁର୍ନୀତି, ଦୁରଦୃଷ୍ଟିର ଅଭାବ, ରାଜନୈତିକ ହସ୍ତକ୍ଷେପ ଏବଂ କୁପରିଚାଳନା ଏତେ କ୍ଷତି କଲାଯେ ଶ୍ରୀଲଙ୍କା ଆଉ ଋଣ ଯନ୍ତାରୁ ମୁକୁଳିପାରିଲାନି l


କିନ୍ତୁ କଣ ଦିଲ୍ଲୀ ଅର୍ଥନୀତି ମଡେଲ ଦେଶ ପାଇଁ ଉଦାହରଣ ?

ଅରବିନ୍ଦ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟିର ଅର୍ଥନୀତି ଦେଶରେ ଏକା ନୂଆ ଆଶା ସଂଚାର କରିଛି l ଲୋକମାନଙ୍କୁ ବିଜୁଳି, ପାଣି, ଉଚ୍ଚମାନର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିନା ଦେୟରେ ଦେବା ପରେ ମଧ୍ୟ ସରକାରଙ୍କର ଆୟ ବଢୁଛି (32000 କୋଟିରୁ 67000 କୋଟି)ଏବଂ ଲୋନର ପରିମାଣ କମ (7% ରୁ କମି 5%) ହୋଇଛି l ମହିଳା ମାନଙ୍କୁ ମାଗଣା ବସ ସେବା, ବୟସ୍କ ମାନଙ୍କୁ ତୀର୍ଥଯାତ୍ରା, ଖେଳାଳି ମାନଙ୍କୁ ତୃଣମୂଳ ସ୍ତରରୁ ପ୍ରୋତ୍ସାହନ ଏବଂ ବେକାର ଯୁବକଯୁବତୀଙ୍କ ପାଇଁ ଦିଲ୍ଲୀରେ ପ୍ରାୟ 10ଲକ୍ଷରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟିକରୀ ସେ ଦେଶବାସୀଙ୍କୁ ଆଚମ୍ବିତ କରିଦେଇଛନ୍ତି l

କିନ୍ତୁ ଦିଲ୍ଲୀ ମଡେଲ କୁ ଆହୁରି ସମୟ ଦେବାକୁ ପଡିବ , ଅନେକ ଗବେଷଣା ହେଲା ପରେ ଆମେ କହିପାରିବା ଦିଲ୍ଲୀ ମଡେଲ ଦେଶ ପାଇଁ ଠିକ ।

7 views0 comments