• ଆମ ଖବର

ରାଷ୍ଟ୍ରପତି ପ୍ରାଥିନି ଶ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଲଞ୍ଚ ରେ ଚର୍ଚ୍ଚା

ଆଜି ଓଡିଶା ଗସ୍ତ ରେ ଆସିଥିବା ବିଜେପିର ରାଷ୍ଟ୍ରପତି ପ୍ରାଥିନି ଶ୍ରୀ ଦ୍ରୌପଦୀ ମୁର୍ମୁ ଙ୍କୁ ଲଞ୍ଚ ପାଇଁ ନିମନ୍ତ୍ରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ନିମନ୍ତ୍ରଣ ରକ୍ଷା କରି ଶ୍ରୀ ମୁର୍ମୁ ଆଜି ଅପରାହ୍ନରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ସହ ଲଞ୍ଚ କରିଥିଲେ । ଏହି ସମୟ ରେ ତାଙ୍କ ସହ କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ଓ ବିଜେଡି ସାଂସଦ ପିନାକୀ ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ପୂର୍ବରୁ ବିଧାନସଭା ରେ ଶ୍ରୀ ମୁର୍ମୁ ଙ୍କୁ ନିଜେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ସମ୍ବୋଧନ ରେ ଶ୍ରୀ ମୁର୍ମୁ ନବୀନ ଙ୍କୁ ନିଜ ବଡ଼ ଭାଇ ଭାବେ ଥିବା ଅନୁଭୂତି କହିଥିଲେ । ନବୀନ ଙ୍କୁ ଧନ୍ୟବାଦ କରି ଶ୍ରୀ ମୁର୍ମୁ କହିଥିଲେ ଯେପରି ଭାଇ ନିଜ ଭଉଣୀ ମନ କଥା ଜାଣି ପାରେ ସେପରି ନବୀନ ପଟ୍ଟନାୟକ ମଧ୍ୟ ନିଜ ଭଉଣୀ ଙ୍କ କଥା ବୁଝି ପାରି , ସମସ୍ତେ କିପରି ତାଙ୍କୁ ସହଯୋଗ କରିବେ ତା ପାଇଁ ଲାଗି ପଡିଥିବା କଥା କହିଲେ ।

ବିଜେପି ବିଧାୟକ ଓ ସାଂସଦ ମାନଙ୍କ ସହ ଆଲୋଚନା ପରେ ତାଙ୍କ ଲକ୍ଷନୋ ଫେରି ଯିବା କାର୍ଯ୍ୟକ୍ରମ ରହିଛି ।

4 views0 comments