• ଆମ ଖବର

୭ ରୁ ଆମ୍ ଆଦମୀ ପାର୍ଟିର ବିଜୁଳି ଆନ୍ଦୋଳନ

ଆମ୍ ଆଦମୀ ପାର୍ଟି ବିଜୁଳିକୁ ମୌଳିକ ଆବଶ୍ୟକତା ଏବଂ ଅଧିକାର ଭାବରେ ଗ୍ରହଣ କରିବା ପରେ ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟ ନୀତିଗତ ଭାବରେ ଏହାକୁ ଗ୍ରହଣ କରିଛନ୍ତି । କଂଗ୍ରେସ ପାର୍ଟି (INC ) ଆସାମରେ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍ ବିଜୁଳି ଏବଂ ଭାରତୀୟ ଜନତା ପାର୍ଟି (BJP ) ତେଲେଙ୍ଗାନା ରେ ୧୦୦ ୟୁନିଟ୍ ବିଜୁଳି ପ୍ରତ୍ୟେକ ପରିବାରକୁ ବିନାମୁଲ୍ୟରେ ଦେବା ପାଇଁ ଘୋଷଣା କରିଛନ୍ତି । ଅବଶ୍ୟ ନିଜ ଦ୍ଵାରା ଶାସିତ ରାଜ୍ୟଗୁଡିକରେ ଏହାକୁ ଲାଗୁ ନ କରିବା ସେମାନଙ୍କର ଦୋହରା ରାଜନୀତିକୁ ପ୍ରମାଣିତ କରୁଛି ।

ମାତ୍ର ଅତି ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଓଡିଶା ପରି ରାଜ୍ୟ ଯେଉଁଠାରେ ବିଜୁଳିର ବଳକା ଉତ୍ପାଦନ ହେଉଛି ଏବଂ ବାହାର ରାଜ୍ୟକୁ ମଧ୍ୟ ବିକ୍ରି କରାଯାଉଛି ସେଠାରେ କୌଣସି ରାଜନୈତିକ ଦଳ ବିନାମୁଲ୍ୟରେ ବିଜୁଳି ଯୋଗାଇବାର ଦାବୀ ରଖୁ ନାହାନ୍ତି । ବରଂ ଶାସକ ବିଜୁ ଜନତା ଦଳ (BJD) ବାରମ୍ବାର ବିଜୁଳି ଦର ବୃଦ୍ଧି କରି ଚାଲିଛନ୍ତି । ଏହି ଦଳ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କ ସ୍ଵାର୍ଥ ପାଇଁ ଓଡିଶାର ଏକ କୋଟି ପରିବାରର ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ଚାଲିଛି ।



ଆପ୍ ଓଡିଶା ଏହି ବିଜୁଳି କମ୍ପାନୀ ମାନଙ୍କ ଲୁଟର ଦୃଢ ବିରୋଧ କରୁଛି ଏବଂ ରାଜ୍ୟ ସରକାରଙ୍କ ବିଜୁଳି ଉପଭୋକ୍ତା ମାରଣ ନୀତିର ପ୍ରତିବାଦ କରୁଛି । ରାଜ୍ୟ ସରକାର ନୀତିଗତ ଭାବରେ ୨୦୦ ୟୁନିଟ୍ ବିଜୁଳିକୁ ମୌଳିକ ଆବଶ୍ୟକତାର ମାନ୍ୟତା ଦେଇ ବିନା ମୂଲ୍ୟରେ ପ୍ରତ୍ୟେକ ମାସରେ ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇ ଦେବା ପାଇଁ ଆମେ ଦାବୀ କରୁଛୁ । ଓଡିଶାର ଜନ ସାଧାରଣ ଏହି "ବିଜୁଳି ସତ୍ୟାଗ୍ରହ " ରେ ସାମିଲ ହୋଇ ଏହାକୁ ମଜବୁତ କରିବା ପାଇଁ ଅନୁରୋଧ ।

ଏହି କାର୍ଯ୍ୟକ୍ରମ ରେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର , ରାଜ୍ୟ ସଂଗଠକ ସୌମ୍ୟ ସ୍ୱାଇଁ , ଏବଂ ଖୋର୍ଦ୍ଧା ଜିଲ୍ଲା ଆଵାହକ ଶୁଭାଶିଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ




80 views0 comments