• ଆମ ଖବର

ଦିଲ୍ଲୀରେ ବନିବ ବିଶ୍ଵର ପ୍ରଥମ ଭର୍ଚୁଆଲ ସ୍କୁଲ

ଆଜି ଦିଲ୍ଲୀ ବିଧାନସଭା ରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ୍ ଶିଶୋଦିଆ ପ୍ରସ୍ତୁତ କରିଥିବା ବଜେଟରେ ରହିଥିଲା କିଛି ବିଶେଷ । କୋଭିଡ଼ ମହାମାରୀ ବେଳେ ଯେତେବେଳେ ସାରା ବିଶ୍ୱରେ ଭର୍ଚୁଆଲ ମାଧ୍ୟମ ମାନଙ୍କ ବ୍ୟବହାର ବଢ଼ିଛି , ସେତେବେଳେ ସମୟ କୁ ତାଳ ରେ ତାଳ ମିଶାଇ ଦିଲ୍ଲୀ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ବିଶ୍ଵର ପ୍ରଥମ ଭର୍ଚୁଆଲ ସ୍କୁଲ । ଦିଲ୍ଲୀ ସରକାର ଙ୍କ ଅନୁଯାୟୀ ଏହା ପାଇଁ ପୁରା ଅଲଗା ପାଠ୍ୟକ୍ରମ ଓ ସମୟ ସାରଣୀ ରହିବ ଯାହା ପାଇଁ ଏକ କମିଟି ଗଠନ କରାଯିବ । ଏହି ସ୍କୁଲର ନିର୍ମାଣ ଶେଷ ହେବା ପରେ ନିଶ୍ଚିତ ଭାବରେ ବିଶ୍ୱ ମାନଚିତ୍ର ରେ ଦିଲ୍ଲୀ ପାଇଁ ଭାରତ ଏକ ଉଦାହରଣ ସ୍ୱରୂପ ପାଲଟିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସା ରଖିଛନ୍ତି।



4 views0 comments