• ଆମ ଖବର

ଛାପୁ ଛାପୁ ଛାପି ଦେଲି

ଆପଣ ଓଡ଼ିଆ ଚଳଚିତ୍ର ଲେଖୁ ଲେଖୁ ଲେଖିଦେଲି ଦେଖିଥିବେ । ସେଠି ଯେମିତି ଵସ୍ ପଛ ରେ ବାବୁସାନ କିଛି ଲେଖି ଦେଉଥିଲେ ଆଉ ନାୟିକା ତାକୁ ପଢି ପ୍ରେମ ରେ ପଡି ଯାଇଥିଲେ । ଠିକ ସେପରି କିଛି ଦିନ ଆଗରୁ କଲିକତା ଖବରକାଗଜ ମାନଙ୍କରେ ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଭାରିଥିଲା। ସେଥିରେ ଜଣେ ମହିଳାଙ୍କ ଚିତ୍ର ସାଙ୍ଗରେ ଥିଲା ମୋଦୀ ଜିଙ୍କ ଚିତ୍ର ଲେଖା ହେଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ତାଙ୍କୁ ସେ ଘର ମିଳିଛି , କିନ୍ତୁ ଯେତେବେଳେ ସେ ଖବର କାଗଜ ରେ ନିଜ ଚିତ୍ର ଦେଖିଥିଲେ ସେବୀ ଅବାକ ହେଇ ଯାଇଥିଲେ ।



ପ୍ରକାଶକ ବଧେ ଭାବିଥିବେ ଠିକ ଯେମିତି ଚଳଚିତ୍ର ରେ ପ୍ରେମିକା ଲେଖା ପଡି ପ୍ରେମରେ ପଡ଼ିଯାଏ ଏଠି ମଧ୍ୟ ସେଆ ହେବ । କିନ୍ତୁ କାହାଣୀ ରେ ଆସିଲା ମୋଡ଼ ଆଉ ଜଣେ ସାମ୍ବାଦିକ ସାଜିଲେ ଭିଲେନ ଆଉ ମହିଳା ଜଣକୁ ବିଜ୍ଞାପନ ର ସତ ପଚାରିଦେଲେ। ସେ କାଗଜ ପ୍ରେମ ରେ ନ ପଡି ସତ ସବୁ ଓଗାଳି ଦେଲେ ଆଉ ଭଣ୍ଡୁର ହେଇଗଲା ବିଜ୍ଞାପନ ପ୍ରକାଶକ ଦଳ ର ଚେଷ୍ଟା । ତଥାପି ସେ ମହିଳା ଜଣକ କହିଛନ୍ତି ଯଦି କେବେ ତାଙ୍କୁ ମିଳିଯିବ ଘର ତାହେଲେ ସେ ଖୁସିରେ ଗ୍ରହଣ କରିବ ।








ଆପଣ ମାନେ ବି ସତର୍କ ରହିବେ କାଳେ କିଏ ପେଟ୍ରୋଲ ପମ୍ପ ରେ ଆପଣଙ୍କ ଫୋଟୋ ନ ଉଠେଇ ଦଉ ନହେଲେ ପ୍ରଥମ ପୃଷ୍ଠାରେ ଭାରିବ ଆପଣଙ୍କ ଫୋଟୋ ଓ ଲେଖା ହେଇଥିବା ଆତ୍ମନିର୍ଭର ଭାରତ ବନେଇବାକୁ ଆପଣ ଉଚ୍ଚ ଦରରେ ଖୁସି ରେ ଗାଡ଼ିରେ ତେଲ ପକାଉଛନ୍ତି ।

5 views0 comments